ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ବାଙ୍ଗିରିପୋଷି ବାତ୍ୟା ଆଶ୍ରୟସ୍ଥଳୀ ସ୍ଥିତି ଅନୁଧ୍ୟାନ କଲେ ସାଂସଦ ନବ ଚରଣ ମାଝୀ, ପରସିଲେ ରନ୍ଧା ଖାଦ୍ୟ

ବାଙ୍ଗିରିପୋଷି,୨୫/୧୦: ଦାନା ବାତ୍ୟା ପ୍ରଭାବରେ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପ୍ରଶାସନ ତରଫରୁ ୨୮ ଟି ଅସ୍ଥାୟୀ ବାତ୍ଯା ଆଶ୍ରୟସ୍ଥଳୀ ଗୁଡିକରେ ଲୋକ ମାନଙ୍କୁ ସ୍ଥାନାନ୍ତର କରାଯାଇ ଉଭୟ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଏ ସମସ୍ତ କାର୍ଯ୍ୟକୁ ତଦାରଖ ପାଇଁ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜନ ପ୍ରତିନିଧି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ନିର୍ଦ୍ଦେଶ ରହିଛି । ଏହି ପରିପ୍ରେକ୍ଷୀରେ ଗତ କାଲି ଠାରୁ ସ୍ଥାନୀୟ ବିଧାୟିକା ସଞ୍ଜଳି ମୁର୍ମୁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଆଶ୍ରୟସ୍ଥଳୀ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା କଥା ବୁଝୁଥିବା ବେଳେ ଆଜି ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ବାଙ୍ଗିରିପୋଷି ପରିଦର୍ଶନରେ ଆସି ବାଙ୍ଗିରିପୋଷି ବଜାର ମଧ୍ୟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥି ସହ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ସହ ଆଶ୍ରିତ ମାନଙ୍କୁ ଖାଦ୍ୟ ପରିବେଷଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ବେଳେ ବାଙ୍ଗିରିପୋଷି ବିଡିଓ ମାନସ ରଞ୍ଜନ ଦଣ୍ଡପାଟ, ତହସିଲଦାର ସୀତାଂଶୁ ଶେଖର ଦାସ, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଗୁଦା ମୁର୍ମୁ, ଜିଲ୍ଲା ଉପସଭାପତି ଦୋଳ ଗୋବିନ୍ଦ ବେହେରା, ସ୍ଥାନୀୟ ସରପଞ୍ଚ ସୁନିମଣି ସିଂ, ପିଇଓ କାମିନୀକାନ୍ତ ଦଳେଇ, ନାଏବ ସରପଞ୍ଚ ମିଲାନି ମଲ୍ଲିକ ଙ୍କ ସହ ନିକଟସ୍ଥ ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.